ଦେଶରେ ଆଜି ସର୍ବାଧିକ ୩୪ ହଜାର ୯୫୬ ଜଣ ସଂକ୍ରମିତ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩ ହଜାର ୩୮କୁ ବୃଦ୍ଧି

13

Get real time updates directly on you device, subscribe now.

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଦୈନିକ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ୨୪ ଘଣ୍ଟାରେ ୩୨ ହଜାର ୬୯୫ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ସର୍ବାଧିକ ୩୪ ହଜାର ୯୫୬ ଜଣ ସଂକ୍ରମିତ ବାହାରିଛନ୍ତି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩ ହଜାର ୩୮ରେ ପହଞ୍ଚିଛି। ଏହା ସହିତ ଗୋଟିଏ ଦିନରେ ୬୮୭ ଜଣ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨୫ ହଜାର ପାର୍‌ ହୋଇଯାଇଛି। ଏବେ ସୁଦ୍ଧା ଦେଶରେ ୨୫ ହଜାର ୬୦୨ ଜଣଙ୍କ ମୃତ୍ୟୁ ଘଟିଲାଣି। ବର୍ତ୍ତମାନ ଦେଶରେ ୩ ଲକ୍ଷ ୪୨ ହଜାର ୪୭୩ ସକ୍ରିୟ ରୋଗୀ ଥିବାବେଳେ ୬ ଲକ୍ଷ ୩୫ ହଜାର ୭୫୬ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More