ଦେଶବାସୀଙ୍କ ଖୁସି ଖବର, ଗୋଆ ଏବେ ସଂପୂର୍ଣ୍ଣ ରୂପେ କୋଭିଡ୍‌-୧୯ରୁ ମୁକ୍ତ

57

Get real time updates directly on you device, subscribe now.

ପାଣାଜୀ ( ଏଜେନ୍ସି ) : ଦେଶବାସୀଙ୍କ ଖୁସି ଖବର। ଗୋଆରେ କେହି କରୋନା ସଂକ୍ରମିତ ରୋଗୀ ନାହାନ୍ତି। କରୋନା ଭୂତାଣୁକୁ ପ୍ରତିହତ କରିବାରେ ସଫଳ ହୋଇଛି ଗୋଆ ପ୍ରଶାସନ। କରୋନା ଭୂତାଣୁର ଜଡ଼ ଉପାଡ଼ି ଫୋପାଡ଼ି ଦେବାରେ ଗୋଆ ହେଉଛି ଭାରତରେ ପ୍ରଥମ ରାଜ୍ୟ ଏବଂ ଦେଶର ପ୍ରଥମ କରୋନା ମୁକ୍ତ ରାଜ୍ୟର ମାନ୍ୟତା ପାଇଛି। ଗୋଆରେ ଜଣେ ବି କରୋନା ସଂକ୍ରମିତ ରୋଗୀ ନ ଥିବାରୁ ଏହା ଏବେ ଗ୍ରିନ୍‌ ଜୋନ୍‌ ତାଲିକାରେ ସାମିଲ ହୋଇଛି। କିଛି ଦିନ ତଳେ ଗୋଆରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୧୯ ଥିଲା। ଏଥିରେ ୬ଜଣ ବିଦେଶୀ ରହିଥିଲେ। କରୋନା ଭୂତାଣୁ ସଂକ୍ରମଣର ଶିକାର ହୋଇ ଚିକିତ୍ସିତ ହେଉଥିବା ଶେଷ ୭ ଜଣ ସୁସ୍ଥ ହୋଇଯାଇଛନ୍ତି। ଗୋଆ ଏବେ ସଂପୂର୍ଣ୍ଣ ରୂପେ କୋଭିଡ୍‌-୧୯ରୁ ମୁକ୍ତ। ଫଳରେ ରବିବାର ଗୋଆ ପ୍ରଶାସନ ଏ ସଂପର୍କରେ ସୂଚନା ପ୍ରଦାନ କରି ଗୋଆ କରୋନା ମୁକ୍ତ ହେବାରେ ଭାରତରେ ପ୍ରଥମ ରାଜ୍ୟ ବୋଲି କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More