ଦୀର୍ଘ ଦିନ ପରେ ପୂରଣ ହେଲା ୧୩୫ କୋଟି ଭାରତୀୟଙ୍କ ସଂକଳ୍ପ : ଯୋଗୀ ଆଦିତ୍ୟନାଥ

15

Get real time updates directly on you device, subscribe now.

ଅଯୋଧ୍ୟା ( ଏଜେନ୍ସି ) : ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ଶେଷ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ଦିରର ଶିଳାନ୍ୟାସ କରିଛନ୍ତି। ଏହି ବିଶେଷ ଏବଂ ଐତିହାସିକ ମୁହୂର୍ତ୍ତକୁ ବର୍ଷ ବର୍ଷ ଧରି ଅପେକ୍ଷା କରିଥିଲେ ଦେଶବାସୀ । ରାମ ମନ୍ଦିର ଭୂମି ପୂଜନ ପରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭୂମି ପୂଜନ ସ୍ଥଳରେ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  କହିଛନ୍ତି ଯେ, ପାଞ୍ଚ ଶତାବ୍ଦୀ ପରେ ୧୩୫ କୋଟି ଭାରତୀୟଙ୍କ ସଂକଳ୍ପ ଆଜି ପୂରଣ ହୋଉଛି । ଦେଶରେ ଗଣତାନ୍ତ୍ରିକ ପଦ୍ଧତି ସହିତ ଏହି ମନ୍ଦିର ନିର୍ମାଣ କରାଯାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More