ନୂଆଦିଲ୍ଲୀ ( ଏଜେନ୍ସି ) : କରୋନା ଭୂତାଣୁରେ ଆକ୍ରାନ୍ତ ଦିଲ୍ଲୀ ସ୍ଵାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ସେ ଏବେ ଦିଲ୍ଲୀର ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ନିଃଶ୍ଵାସପ୍ରଶ୍ଵାସ ନେବାରେ ପୂର୍ବାପେକ୍ଷା ଅଧିକ କଷ୍ଟ ଅନୁଭବ କରୁଥିବା ଡାକ୍ତର କହିଛନ୍ତି। ଡାକ୍ତରୀ ଟିମ୍ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ଆବଶ୍ୟକ ପଡ଼ିଲେ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇପାରେ ବୋଲି ଡାକ୍ତରୀ ଟିମ୍ କହିଛନ୍ତି।