ଦିଲ୍ଲୀ ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟର ୧୩ କର୍ମଚାରୀ କରୋନା ସଂକ୍ରମିତ

36

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲଙ୍କ କାର୍ଯ୍ୟାଳୟର ୧୩ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ସେମାନେ କୋଭିଡ-୧୯ ପଜିଟିଭ ଥିବା ମଙ୍ଗଳବାର ପୂର୍ବାହ୍ଣରେ ସ୍ପଷ୍ଟ ହୋଇଛି। ଏହି ଘଟଣା ପରେ ସିଭିଲ ଲାଇନ୍ସର ରାଜ ନିୱାସ ମାର୍ଗ ସ୍ଥିତ ଏହି କାର୍ଯ୍ୟାଳୟକୁ ବିଶୋଧନ କରିବାକୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିସହ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କର କୋଭିଡ-୧୯ ପରୀକ୍ଷା କରାଯାଇଛି। ଇତିମଧ୍ୟରେ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦,୮୩୪ ଥିବା ବେଳେ ୫୨୩ ଜଣ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ଘଟିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More