ନୂଆଦିଲ୍ଲୀ(ଏଜେନ୍ସି) : – ଦିଲ୍ଲୀର ବିଜ୍ଞାନ ଭବନରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୱାହିଦା ରେହମାନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି । ପ୍ରତୀକ୍ଷା ଶ୍ରେଷ୍ଠ ଓଡ଼ିଆ ଫିଲ୍ମ, ପୁରସ୍କାର ଗ୍ରହଣ କଲେ ନିର୍ଦେଶକ ତଥା ପ୍ରଯୋଜକ ଅନୁପମ ପଟ୍ଟନାୟକ ।