ଦିଲ୍ଲୀର ଜାହାଙ୍ଗିରପୁର ଗଳିରୁ ୪୬ କରୋନା ରୋଗୀ

26

Get real time updates directly on you device, subscribe now.

ଦିଲ୍ଲୀ: ( ଏଜେନ୍ସି ) ଦିଲ୍ଲୀ ମହାନଗର ନିଗମ ଅଞ୍ଚଳର ଜାହାଙ୍ଗିରପୁର ଗଳି ନମ୍ବର- ଏଚ । ଏହି ଗଳିରୁ ଗୋଟିଏ ଦିନରେ ବାହାରିଛନ୍ତି ୪୬ ଜଣ କରୋନା ପଜିଟିଭ୍ । ସେହିପରି ଏହାର ନିକଟସ୍ଥ ଆଉଏକ ସହାଦରା ଗଳିରୁ ୭ ପଜିଟିଭଙ୍କୁ ଠାବ କରାଯାଇଛି । ଏହି ଅଞ୍ଚଳଗୁଡ଼ିକୁ ୧୪ ତାରିଖରେ ସିଲ କରି ଦିଆଯାଇଥିଲା । ଜାହାଙ୍ଗିରପୁର ଅଞ୍ଚଳରେ ଏହା ତୃତୀୟ ବଡ଼ ଧରଣର ଗୋଷ୍ଠୀ ସଂକ୍ରମଣ ମାମଲା । ଏହାପୁର୍ବରୁ ସି ବ୍ଲକରୁ ଗୋଟିଏ ଦିନରେ ଗୋଟିଏ ସ୍ଥାନରୁ ୩୧ଟି ମାମଲା ଆସିଥିଲା । ଜାହାଙ୍ଗିରପୁର ଥାନା ଅଞ୍ଚଳର ଜଣେ ପୁଲିସ ଏଏସ୍ଆଇଙ୍କ ପତ୍ନୀଙ୍କ ସହ ଆଉ ୭ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । କେବଳ ଏହି ଗୋଟିଏ ଗଳିରୁ ଏ ପର୍ଯ୍ରନ୍ତ ୮୯ ଜଣ କରୋନା ସଂକ୍ରମିତ ହୋଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More