ନୂଆଦିଲ୍ଲୀ ( ଏଜେନ୍ସି ) : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ସାରା ଦେଶକୁ ଛୁଇଁଛି। ସାଧାରଣତଃ ଜୁଲାଇ ୮ ତାରିଖ ସୁଦ୍ଧା ଦେଶର ସମସ୍ତ ଅଞ୍ଚଳରେ ମୌସୁମିବାୟୁ ପ୍ରବେଶ କରିଥାଏ ; କିନ୍ତୁ ଚଳିତ ବର୍ଷ ନିର୍ଦ୍ଧାରିତ ସମୟର ୧୨ ଦିନ ଆଗରୁ ମୌସୁମି ବାୟୁ ଦେଶର ସମଗ୍ର ଅଞ୍ଚଳରେ ଅନୁଭୂତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।