ତେଲେଙ୍ଗାନାରେ ଅଟକି ଯାଇଥିବା ଝାଡଖଣ୍ଡର କିଛି ଶ୍ରମିକମାନଙ୍କୁ ଧରି ବାହାରିଲା ସ୍ଵତନ୍ତ୍ର ଟ୍ରେନ୍

38

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : କୋରନା ମହାମାରୀର ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶ ଲକ୍ ଡାଉନ ହୋଇ ରହିଛି । ଏହାରି ମଧ୍ୟରେ ଲକ୍‌ଡାଉନ୍ ଯୋଗୁଁ ତେଲେଙ୍ଗାନାରେ ଅଟକି ଯାଇଥିବା ଝାଡଖଣ୍ଡର କିଛି ଶ୍ରମିକମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ଏକ ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି । ତେଲେଙ୍ଗାନାର ଲିଙ୍ଗମ୍ପାଲୀରେ ଫଶି ରହିଥିବା ଝାଡଖଣ୍ଡର ଶ୍ରମିକ ମାନଙ୍କୁ ଶୁକ୍ରବାର ଦିନ ରେଳ ମନ୍ତ୍ରାଳୟ ପ୍ରଥମ କରି ସ୍ବତନ୍ତ୍ର ରେଳ ନିୟୋଜିତ କରିଛି । ୨୪ ବଗି ବିଶିଷ୍ଟ ଏହି ଟ୍ରେନରେ ୧ ହଜାରୁ ଅଧିକ ଶ୍ରମିକ ଝାଡଖଣ୍ଡ ଫେରୁଛନ୍ତି । ସେମାନେ ଆଜି ରାତି ସୁଦ୍ଧା ଝାଡଖଣ୍ଡରେ ପହଞ୍ଚିବେ ବୋଲି ଜଣାପଡିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More