ତିରୁପତି ବାଲାଜୀ ମନ୍ଦିର ହୁଣ୍ଡିରେ ୫୦ କୋଟି ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍

37

Get real time updates directly on you device, subscribe now.

ତିରୁପତି ( ଏଜେନ୍ସି ) : ଗତ ୨୦୧୬ ନଭେମ୍ବର ମାସରୁ ବିମୁଦ୍ରାୟନ ପରେ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ବନ୍ଦ ହୋଇ ଯାଇଛି । ମାତ୍ର ଆଜି ପର୍ଯ୍ୟନ୍ତ ତିରୁପତି ବାଲାଜୀ ମନ୍ଦିର ହୁଣ୍ଡିରେ ଲୋକମାନେ ପୁରୁଣା ନୋଟ୍ ପକାଉଥିବା ଦେଖିବାକୁମିଳିଛି । ଗତ କିଛି ମାସରେ ତ ଏହି ପରିମାଣ ବେଶ୍ ବୃଦ୍ଧି ପାଇଛି । ବର୍ତମାନ ସୁଦ୍ଧା ତିରୁପତି ବାଲାଜୀ ମନ୍ଦିରରେ ପ୍ରାୟ ୫୦ କୋଟି ଟଙ୍କାର ପୁରୁଣା ନୋଟ ଗଚ୍ଛିତ ଅଛି । ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ୱାଇ ବି ସୁବ୍ବାରେଡ଼ୀ ଏ ସମ୍ପର୍କରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ଏହି ପୁରୁଣା ନୋଟ ବଦଳାଇବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More