ନୂଆଦିଲ୍ଲୀ ( ଏଜେନ୍ସି ) : ଗୁଗୁଲ ଭାରତରେ ନିବେଶ କରିବ ୧୦ ବିଲିଅନ ଡ଼ଲାର । ଭାରତୀୟ ମୁଦ୍ରାରେ ୭୫ ହଜାର କୋଟି ଟଙ୍କା । ଭାରତକୁ ସମ୍ପୂର୍ଣ୍ଣ ଡ଼ିଜିଟାଲ କରିବା ଦିଗରେ ଆରମ୍ଭ ହୋଇଥିବା ପ୍ରକ୍ରିୟାକୁ ଏହି ନିବେଶ ଅଧିକ ସମୃଦ୍ଧ କରିବ । ଆସନ୍ତା ୫ ବର୍ଷ ମଧ୍ୟରେ ଗୁଗଲ୍ ଭାରତରେ ଏହି ଅର୍ଥ ବିନିଯୋଗ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନାକାଳରେ ଗୁଗଲ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁନ୍ଦର ପିଚାଇ ଏହି ସୂଚନା ଦେଇଛନ୍ତି ।