ଜୁନ୍‌ ୩୦ ଯାଏ ବଢ଼ିଲା ଲକ୍‌ଡାଉନ୍

45

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଦିନକ ପରେ ଶେଷ ହେବ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଲକ୍‌ଡାଉନ୍ ୪.୦‌। ଆଜି ଜୁନ୍‌ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଥିବାବେଳେ ଧାର୍ମିକସ୍ଥଳ, ହୋଟେଲ୍‌ ଓ ସପିଂମଲ୍‌କୁଜୁନ୍‌ ୮ରୁ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କୁହାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆସନ୍ତାକାଲି ଶେଷ ହେବ। ଦେଶରେ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ହେବ କି ନାହିଁ ସେଥିନେଇ ବିଚାର ବିମର୍ସ ଚାଲିଥିଲା। ତେବେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଶେଷ ହେବାର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାସକ ପାଇଁ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇଛି। ସାରା ଦେଶରେ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମୟରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁଭଳି ସ୍ଥିତି ଜାରି ରହିବ। ଏହି ସମୟରେ ଲୋକଙ୍କ ଯାତାୟତରେ ପୂର୍ବଭଳି କଟକଣା ଲାଗୁ କରାଯିବ। ଜୁନ୍‌ ୩୦ ଯାଏ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ ରହିବ। ତେବେ ଅନ୍ୟସବୁ ଅଞ୍ଚଳରେ ପର୍ଯ୍ୟାୟକ୍ରମେ କଟକଣା ହଟାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି। ଏଥିନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More