ତିରୁଅନନ୍ତପୁରମ୍(ଏଜେନ୍ସି) : କେରଳରେ ୟୁଟ୍ୟୁବର୍ ଦମ୍ପତିଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। ଶନିବାର ଉଭୟ ପତି-ପତ୍ନୀଙ୍କ ମୃତଦେହ ତାଙ୍କ ଘରୁ ଉଦ୍ଧାର ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଏହି ଦମ୍ପତି ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଅପଲୋଡ୍ କରିଥିଲେ, ଯେଉଁଥିରେ ମାଲାୟାଲମ୍ ଗୀତ ‘ବିଦା ପରୟୁକେନନ ଜନମ’(ମୃତ୍ୟୁର ଅନ୍ତିମ ଯାତ୍ରା) ଶୁଣିବାକୁ ମିଳିଛି। ଏଥିରୁ ଅନୁମାନ କରାଯାଉଛି ଯେ, ଉଭୟ ମୃତ୍ୟୁ ପୂର୍ବରୁ ହିଁ ଆତ୍ମହତ୍ୟାର ସଙ୍କେତ ଦେଇଥିଲେ।