ଛତିଶଗଡ଼ରେ ଯବାନଙ୍କୁ ମିଳିଛି ବଡ଼ ସଫଳତା, ଯବାନଙ୍କ ଗୁଳିରେ ୫ ମାଓବାଦୀ ନିହତ

33

Get real time updates directly on you device, subscribe now.

ଛତିଶଗଡ଼ (ଏଜେନ୍ସି) : – ଛତିଶଗଡ଼ରେ ଯବାନଙ୍କୁ ମିଳିଛି ବଡ଼ ସଫଳତା। କୋମ୍ବିଂ ଅପରେସନ ବେଳେ ଯବାନଙ୍କ ଗୁଳିରେ ନିପାତ ହୋଇଛନ୍ତି ୫ ମାଓବାଦୀ। ଛତିଶଗଡ଼ର କାଙ୍କେର-ନାରାୟଣପୁର ସୀମାନ୍ତ ଜଙ୍ଗଲରେ ଶନିବାର ଏହି ଗୁଳିବିନିମୟ ଘଟିଛି। ଘଟଣାସ୍ଥଳରେ ଯବାନମାନେ ଏକ ମାଓବାଦୀ ଶିବିର ଠାବ କରିବା ସହିତ ସେଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଏବଂ ପୋଷାକ ଜବତ କରିଛନ୍ତି। ଅପରାହ୍ନ ସୁଦ୍ଧା ଜଙ୍ଗଲରେ କମ୍ବିଂ ଅପରେସନ ଜାରି ରହିଛି। ଏହି ଘଟଣାରେ ୨ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଏୟାର ଲିଫ୍ଟ ଜରିଆରେ ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More