ଛତିଶଗଡରେ ପହଞ୍ଚିଲେ ପଙ୍ଗପାଳ ପଲ

13

Get real time updates directly on you device, subscribe now.

ଭୁବନେଶ୍ଵର ( ଏଜେନ୍ସି ) : ଛତିଶଗଡ ରାଜ୍ୟରେ ପଙ୍ଗପାଳ ପଲ ପ୍ରବେଶ କରିଥିବା ଜଣାପଡ଼ିଛି। ଛତିଶଗଡ଼ କୋରିଆ ଜିଲାର ଭରତପୁର ଜଙ୍ଗଲରେ ଏହି ପଙ୍ଗପାଳ ପଲ ପହଞ୍ଚିଛନ୍ତି । ଏହି ପଲ ମଧ୍ୟପ୍ରଦେଶରୁ ଆସିଥିବା ଜଣାଯାଇଛି । ପଙ୍ଗପାଳ ପଲ ଜଙ୍ଗଲରେ ପହଞ୍ଚିଥିବାରୁ ସ୍ଥାନୀୟ ଗାଁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଗାଁକୁ  ମୁହାଁଇବା ସମ୍ଭାବନା ଥିବାରୁ ଲୋକମାନେ ଭୟଭିତ ହୋଇପଡିଛନ୍ତି। ଗାଁ ଲୋକେ ବାଣ ଫୁଟାଇ ଓ ଟିଣ ବାଡେଇ ପଙ୍ଗପାଳ ଦଳକୁ ଘଉଡ଼ାଉଥିବା ସୂଚନାମିଳିଛି। ଅଗ୍ନିଶମ କର୍ମଚାରୀ ମଧ୍ୟ କୀଟନାଶକ ସିଞ୍ଚନ ଆରମ୍ଭ କରିଛି। ଏହି ପଙ୍ଗପାଳ ଦଳ ପ୍ରାୟ ୩କିମି ପର୍ଯ୍ୟନ୍ତ ଲମ୍ବିଛି। ଯାହିକି ଅନୁମାନ କରାଯାଉଛୁ ଏହି ପଲରେ କୋଟି କୋଟି ସଂଖ୍ୟାରେ ପଙ୍ଗପାଳ ଅଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More