ରାୟପୁର ( ଏଜେନ୍ସି ) : ଛତିଶଗଡର ବିଲାସପୁରରେ ଗର୍ଭବତୀ ମହିଳାଙ୍କ ପାଇଁ ଏକ ସ୍ୱତନ୍ତ୍ର ପୃଥକ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହା ଦେଶରେ ପ୍ରଥମ ବୋଲି ଜଣାପଡିଛି। ସେଠାକାର ଅଧିକାରୀମାନେ ରବିବାର ଏହି ସୂଚନା ଦେଇଛନ୍ତି। ଜନସମ୍ପର୍କ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଏଠାରୁ ପ୍ରାୟ ୧୨୦ କିଲୋମିଟର ଦୂରରେ ଥିବା କେସଲା ଗ୍ରାମରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ପୃଥକ ଭାବେ ଗର୍ଭବତୀ ମହିଳାଙ୍କ ପାଇଁ କ୍ୱାରେନ୍ଣ୍ଟାଇନ୍ ସେଣ୍ଟର ନିର୍ମାଣ କରାଯାଇଛି। ବର୍ତ୍ତମାନ ଆଠ ଜଣ ଗର୍ଭବତୀ ମହିଳା ସେଠାରେ ରହିଛନ୍ତି। ସେମାନେ ସମସ୍ତେ ପ୍ରବାସୀ ଶ୍ରମିକ ଯେଉଁମାନେ ଅନ୍ୟ ରାଜ୍ୟରୁ ଏଠାକୁ ଆସିଥିଲେ |