ଭୋପାଳ ( ଏଜେନ୍ସି ) : କରୋନା ଜୀବାଣୁ ସଙ୍କଟ ସମୟରେ ଦେଶର ସମସ୍ତ ଡାକ୍ତରଖାନା କର୍ମଚାରୀ ଏବଂ ଡାକ୍ତରମାନେ ନିଜ ଜୀବନକୁ ବିପଦରେ ପକାଇ ରୋଗୀ ସେବାରେ ବ୍ୟସ୍ତ ରୁହୁଛନ୍ତି । ଏବଂ ଦିନରାତି ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ନିୟୋଜିତ କରି କରୋନା ଲଢେଇରେ ନିଜକୁ ଆଗଧାଡିର ଯୋଦ୍ଧା ଭାବେ ପରିଣତ କରିଛନ୍ତି । କିନ୍ତୁ ଏହାରି ମଧ୍ୟରେ ମଧ୍ୟପ୍ରଦେଶର ଏକ ଡାକ୍ତରଖାନାର ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି । ଏହି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣେ ୮୦ ବର୍ଷୀୟ ବୃଦ୍ଧ ମେଡିକାଲର ଚିକିତ୍ସା ଖର୍ଚ୍ଚ ଦେଇ ନପାରିବାରୁ ମେଡିକାଲ କର୍ତ୍ତୃପକ୍ଷ ତାଙ୍କ ହାତ ଗୋଡକୁ ମେଡିକାଲ ବେଡରେ ବାନ୍ଧି ଦେଇଛନ୍ତି । ମେଡିକାଲ କର୍ତ୍ତୃପକ୍ଷଙ୍କ ଏହି ଅମାନବୀୟ କାର୍ଯ୍ୟକୁ ସାଧାରଣରେ ନିନ୍ଧା କରାଯିବା ସହ ସରକାରୀ ସ୍ତରରେ ମଧ୍ୟ ମେଡିକାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି ।