ଚାରିଫୁଟିଆ କନିଆଁର ପାଣିଗ୍ରହଣ କାଲେ ତିନିଫୁଟିଆ ବର

42

Get real time updates directly on you device, subscribe now.

ମୁମ୍ବାଇ ( ଏଜେନ୍ସି ) : ଲକ୍ଡ଼ାଉନରେ କଟକଣା ଯୋଗୁଁ ଅନେକ ସ୍ଥାନରେ ବିବାହ ବ୍ରତ ପରି ସାମାଜିକ ଉତ୍ସବ ବନ୍ଦ । ମହାରାଷ୍ଟ୍ରରେ ଧୁଲେ ଜିଲ୍ଲାର ଶିରପୁର ତହସିଲରେ ଏପରି ଏକ ବାହାଘର ହୋଇଛି ଯାହା ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏଠାରେ ଚାରିଫୁଟିଆ କନିଆଁର ପାଣିଗ୍ରହଣ କରିଛନ୍ତି ଜଣେ ତିନିଫୁଟିଆ ବର । ସାମାଜିକ ଦୂରତ୍ବ ଅବଲମ୍ବନ କରାଯାଇ ଏହି ବାହାଘର କରାଯାଇଥିବା କୁହାଯାଉଛି ।ବାହାଘରରେ ଖୁବ୍ କମ୍ ଲୋକ ଯୋଗ ଦେଇଥିଲେ ଓ ବର କନ୍ୟାଙ୍କୁ ଆଶୀର୍ବାଦ ଦେଇଥିଲେ । କନ୍ୟାର ବୟସ ୧୯ ଓ ତାଙ୍କର ନାମ ହେଉଛି ନୟନା । ସେହିପରି ବରର ନାମ ହେଉଛି ଜାମରୁ ରାଜେନ୍ଦ୍ର କୋଲି ଓ ତାଙ୍କର ବୟସ ୨୯ ବର୍ଷ । ତେବେ ଜାମରୁଙ୍କ ଉଚ୍ଚତା ମାତ୍ର ୩ ଫୁଟ ହୋଇଥିବାବେଳେ କନ୍ୟା ନୟନଙ୍କ ଉଚ୍ଚତା ୪ ଫୁଟ । ବର ଜାମରୁ ୧୦ମ ଯାଏଁ ପାଠ ପଢିଥିବାବେଳେ ନୟନା ଦ୍ୱାଦଶ ପର୍ଯ୍ୟନ୍ତ ପଢିଛନ୍ତି । ଉଭୟଙ୍କ ବିବାହ ପୂର୍ବରୁ ସ୍ଥିର ହୋଇସାରିଥିଲା ​​କିନ୍ତୁ କରୋନା ଯୋଗୁଁ ବାହାଘର ହୋଇପାରି ନଥିଲା । ଗାଁରେ ଏକ ସରଳ ବିବାହ ସମାରୋହରେ, ସାମାଜିକ ଦୂରତା ପରେ ବୁଧବାର ଦିନ ଏହି ବିବାହ ଅନୁଷ୍ଠିତ ହୋଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More