ନୂଆଦିଲ୍ଲୀ ( ଏଜେନ୍ସି ) : ଚତୁର୍ଥ ପର୍ଯ୍ୟାୟ ଲକଡାଉନ (ତାଲାବନ୍ଦ)ର ଅବଧି ଶେଷ ହେବାକୁ ଯାଉଥିବାବେଳେ ଗୁରୁବାର ସନ୍ଧ୍ୟାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହିତ କଥା ହୋଇଛନ୍ତି। ଭିଡିଓ କନଫରେନ୍ସିଂରେ କଥାବାର୍ତ୍ତା ସମୟରେ ଶାହା ବର୍ତ୍ତମାନର ଲକଡାଉନର ସ୍ଥିତି ସମୀକ୍ଷା କରିଥିଲେ। ଏହା ସହିତ ୫ମ ପର୍ଯ୍ୟାୟ ଲକଡାଉନ କାର୍ଯ୍ୟକାରୀ କରିବା ନେଇ ମତାମତ ଲୋଡିଥିଲେ। ୫ମ ପର୍ଯ୍ୟାୟ ଲକଡାଉନ ଦେଶପାଇଁ ଆବଶ୍ୟକ କି ନାହିଁ ତାହା ଜଣାଇବାକୁ ଶାହା ମୁଖ୍ୟମନ୍ତ୍ରୀମାନଙ୍କୁ କହିଛନ୍ତି। ମେ ୩୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ କି ବାତ୍ରେ ଏ ବିଷୟ ସ୍ପଷ୍ଟ କରିବାକୁ ଯାଉଥିବାବେଳେ ଏହା ପୂର୍ବରୁ ରାଜ୍ୟମାନଙ୍କର ମତାମତ ଆବଶ୍ୟକ। ଶାହାଙ୍କ ପୂର୍ବରୁ କେନ୍ଦ୍ର କ୍ୟାବିନେଟ ସଚିବ ରାଜୀବ ଗୌବା ରାଜ୍ୟ ସରକାରଙ୍କ ଠାରୁ ଲକଡାଉନ ସମ୍ପର୍କରେ ମତାମତ ଲୋଡିଥିଲେ।