ନୂଆଦିଲ୍ଲୀ ( ଏଜେନ୍ସି ) : ଦିନକୁ ଦିନ କରୋନା ଭୂତାଣୁର ନୂଆ ନୂଆ ଲକ୍ଷଣ ସାମ୍ନାକୁ ଆସୁଛି। ଥଣ୍ଡା, କାଶ, ଜ୍ବର, ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବା ଆଦି କରୋନାର ଲକ୍ଷଣ ବୋଲି କୁହାଯାଇଛି। କିନ୍ତୁ ଏବେ ଅନେକ ମାମଲାରେ ଦେଖାଯାଉଛି ଯେ, ରୋଗୀଙ୍କର ଘ୍ରାଣ ଶକ୍ତି ହ୍ରାସ ପାଉଛି ଏବଂ ସେମାନେ ଖାଦ୍ୟର ସ୍ବାଦ ପରଖି ପାରୁନାହାନ୍ତି। ତେଣୁ ଏହି ଦୁଇଟି ଲକ୍ଷଣକୁ କୋଭିଡ-୧୯ ଟେଷ୍ଟରେ ସାମିଲ କରାଯାଇପାରେ। ଅର୍ଥାତ୍ କୌଣସି ବ୍ୟକ୍ତିଙ୍କ ଘ୍ରାଣ ଶକ୍ତି କମିଲେ କିମ୍ବା ଖାଦ୍ୟର ସ୍ବାଦ ପରଖି ନ ପାରିଲେ ସେ କରୋନା ପରୀକ୍ଷା କରିପାରିବେ।