ନୂଆଦିଲ୍ଲୀ ( ଏଜେନ୍ସି ) : କରୋନାରୁ ବର୍ତିବା ପାଇଁ ଲୋକମାନେ ଯାବତୀୟ ସତର୍କତା ଅବଲମ୍ବନ କରୁଛନ୍ତି । ବାହାରୁ ଘରକୁ ଆସିଲେ ତାହାକୁ ପରିଷ୍କାର ପରିଛନ୍ନ କରୁଛନ୍ତି । ତେବେ ଏଥିପାଇଁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ଫୁଟ୍ ସେଫ୍ଟି ଏଣ୍ଡ ଷ୍ଟାଣ୍ଡାର୍ଡ଼ ଅଥରିଟି ଅଫ୍ ଇଣ୍ଡିଆ (FSSAI)। ଏପରିକି ଘରକୁ କ୍ଷୀର ପ୍ୟାକେଟ୍ ଆଣିବା ଓ ଏହାକୁ ଫୁଟାଇବା ଉପରେ ଅଧିକ ଧ୍ୟାନ ଦେବାକୁ ‘ଫାସାଇ’ ପରାମର୍ଶ ଦେଇଛି । କେବଳ ସେତିକି ନୁହେଁ, ଆପଣ ଯଦି କ୍ଷୀରବାଲାଠାରୁ କ୍ଷୀର କିଣୁଛନ୍ତି ତେବେ ନିଜେ ମାସ୍କ ପିନ୍ଧିବା ଓ କ୍ଷୀରବାଲା ମାସ୍କ ପିନ୍ଧିଛି କି ନାହିଁ ତାହା ଦେଖିବା ଆପଣଙ୍କ ଦାୟିତ୍ଵ ବୋଲି କୁହାଯାଇଛି ।