ନୂଆଦିଲ୍ଲୀ ( ଏଜେନ୍ସି ) : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏପରି ସ୍ଥଳେ ଅନେକ ଅଞ୍ଚଳରେ ଲକ୍ଡାଉନ ସତ୍ବେ ପରିବା ଏବଂ ଗ୍ରୋସରି ଦୋକାନ ଖୋଲା ରହୁଛି। ତେଣୁ ସେହି ବ୍ୟବସାୟୀମାନଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସେମାନଙ୍କର କରୋନା ପରୀକ୍ଷା କରାଇବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପରାମର୍ଶ ଦିଆଯାଇଛି। ଗ୍ରୋସରି ଏବଂ ପରିବା ଦୋକାନୀଙ୍କ ସମେତ ଅନ୍ୟ ବ୍ୟବସାୟୀମାନେ କରୋନା ବାହକ ହେବାର ଯଥେଷ୍ଟ ସମ୍ଭାବନା ରହିଛି।