ଗୋଆ ( ଏଜେନ୍ସି ) : ଗୋଆରେ ଲକ ଡାଉନ କୋହଳ କରିବା ନିଷ୍ପତ୍ତି ଅନୁଯାୟୀ ସୋମବାରଠାରୁ ଚର୍ଚ୍ଚ ଓ ମସଜିଦ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଥିଲେ ମଧ୍ୟ ଗୋଆ ଚର୍ଚ୍ଚ ମୁଖପାତ୍ର କହିଛନ୍ତି ଯେ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ଦେଖିଲେ ସୋମବାରଠାରୁ ଚର୍ଚ୍ଚ ଖୋଲାଯିବ ନାହିଁ ଏବଂ ଏହା ଉପରେ ପରେ ନିଷ୍ପତ୍ତି ଗ୍ରହଣ କରାଯିବ। ସେହିପରି ଆସୋସିଏସନ୍ ଅଫ୍ ଅଲ୍ ଗୋଆ ମୁସଲିମ୍ ଜମାତ ମଧ୍ୟ ମସଜିଦ ଖୋଲିବାକୁ ଜୁନ୍ ୩୦ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି।
Get real time updates directly on you device, subscribe now.