ନୂଆଦିଲ୍ଲୀ ( ସଂଘର୍ଷ ମିଡିଆ ) : କରୋନା ଭୂତାଣୁ ଯୋଗୁ ସାରା ବିଶ୍ୱରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପରିସ୍ଥିତିରେ, ଲୋକମାନେ ବିଭିନ୍ନ ଗୁଜବ ବିଷୟରେ ଶୁଣିବା ମାତ୍ରେ ଭୟଭୀତ ହୋଇପଡ଼ୁଥିବା ଦେଖାଯାଇଛି। ତେବେ ଗୃହପାଳିତ ପଶୁଙ୍କ ସଂସ୍ପର୍ଶରେ ଆସିବା ଦ୍ବାରା କରୋନା ଭୂତାଣୁ ସଂକ୍ରମଣ ହୋଇପାରେ ବୋଲି ଗୁଜବ ପ୍ରଚାର ହେଉଛି। ତେଣୁ ଅନେକ ଲୋକ ଭୟଭିତ ହୋଇ ଗୃହପାଳିତ ପଶୁମାନଙ୍କୁ ଘରୁ ବିତାଡ଼ି କରୁଥିବା ଦେଖାଯାଇଛି। ଏଭଳି ପରିସ୍ଥିତିରେ ଆସାମ ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆସାମରେ, ଯଦି କେହି କରୋନା ଭୂତାଣୁ ଭୟରେ ଗୃହପାଳିତ ପଶୁମାନଙ୍କୁ ଘରୁ ବିତାଡ଼ିତ କରନ୍ତି, ତେବେ ସେମାନେ ଆଇନଗତ କାର୍ୟ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରନ୍ତି ବୋଲି ଆସାମ ସରକାର ରୋକଠୋକ୍ କହିଛନ୍ତି।