ନୂଆଦିଲ୍ଲୀ ( ଏଜେନ୍ସି ) : ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଲା ପେଟିଏମ୍ ଆପ, ଗୁଗୁଲ ପ୍ଲେ ଷ୍ଟୋରରୁ ପେଟିଏମ୍ ଆପକୁ ଶୁକ୍ରବାର ହଟାଇ ଦେଇଛି ଗୁଗୁଲ। ପେଟିଏମକୁ ଜୁଆ ଖେଳ ଆପ୍ ବୋଲି ଗୁଗୁଲ ଅଭିଯୋଗ କରିଛି। କମ୍ପାନୀ ଏଭଳି ଆପକୁ ପ୍ଲେ ଷ୍ଟୋରରେ ଜାଗା ଦେଇପାରିବ ନାହିଁ କହି ହଟାଇ ଦେଇଛି। ପେଟିଏମ୍ ଏବଂ ୟୁପିଲଆପ ୱାନ ୯୭ କମ୍ୟୁନିକେସନ ଲିମିଟେଡ୍ ହାରା ଏହି ଆପ ତିଆରି ହୋଇଛି। ଯଦିଓ ପେଟିଏମ୍ ମଲ୍, ବିଜନେସ ପେଟିଏମ୍, ପେଟିଏମ୍ ମନି ଆପ୍ ପ୍ଲେ-ଷ୍ଟୋରରେ ଉପଲବ୍ଧ ଅଛି । ଗୁଗୁଲ କହିଛି ଯେ, ଏହା କ୍ରୀଡା ବେଟିଂକୁ ପ୍ରୋତ୍ସାହିତ କରୁଥିବା ଆପକୁ ଅନୁମତି ଦିଏ ନାହିଁ ଏବଂ ଗୁଗୁଲ ପ୍ଲେ ଷ୍ଟୋରରୁ ଏହିପରି ଆପ୍ ଅପସାରଣ କରାଯିବ। ଭାରତରେ ଆଇପିଏଲ୍ ପରି ପ୍ରମୁଖ କ୍ରୀଡା ଇଭେଣ୍ଟ ପୂର୍ବରୁ ଏହିପରି ଆପ୍ ବହୁ ସଂଖ୍ୟାରେ ଲଞ୍ଚ କରାଯାଇଥାଏ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୦ (ଆଇପିଏଲ୍) ୟୁଏଇରେ ୧୯ ସେପ୍ଟେମ୍ବରରୁ ଅର୍ଥାତ ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି । ପେଟିଏମ୍ ଟ୍ୱିଟ୍ କରି କହିଛି ଯେ, ଗୁଗୁଲ୍ ପ୍ଲେ ଷ୍ଟୋରରେ ପେଟିଏମ୍ ବର୍ତ୍ତମାନ ଉପଲବ୍ଧ ନାହିଁ, କିନ୍ତୁ ଆମେ ଶୀଘ୍ର ଫେରିବୁ। ତୁମର ଟଙ୍କା ସଂପୂର୍ଣ୍ଣ ସୁରକ୍ଷିତ ଏବଂ ତୁମେ ଶୀଘ୍ର ପୂର୍ବ ପରି ପେଟିଏମ୍ ଆପ୍ ବ୍ୟବହାର କରିବାରେ ସକ୍ଷମ ହେବ ।