ଗାଡ଼ି କାଗଜପତ୍ର ଅବଧି ସେପ୍ଟେମ୍ବର ଯାଏ ବୃଦ୍ଧି କଲେ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ

13

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଗାଡ଼ି ଚାଳକଙ୍କ ପାଇଁ ଆଉ ଏକ ଆଶ୍ବସ୍ତିର ଖବର । ଗାଡ଼ି କାଗଜପତ୍ର ବୈଧ ଅବଧି ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏ ସଂପର୍କରେ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟକୁ ନିର୍ଦେଶ ଦିଆଯାଇଛି ।  କରୋନା ସ୍ଥିତି, ଲକ୍ଡ଼ାଉନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ।  ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନିମନ୍ତେ ଏହି ନିର୍ଦେଶ ଜାରି ହୋଇଛି ବୋଲି ସେ କହିଛନ୍ତି । କରୋନା ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦ୍ବିତୀୟବାର ଏପରି ସୁଯୋଗ ଦିଆଯାଇଛି । ଗାଡ଼ିର ଫିଟନେସ, ପରମିଟ, ଡ଼୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ ଓ ଅନ୍ୟାନ୍ୟ ଦସ୍ତାବିଜ ପ୍ରସ୍ତୁତ କରିବା ନିମନ୍ତେ ପ୍ରଥମେ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସୁଯୋଗ ଦିଆଯାଇଥିଲା । ଏବେ ତାହାକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏଥିପାଇଁ ଗାଡ଼ି ମାଲିକଙ୍କୁ ଲେଟ୍ ଫି କିମ୍ବା ଜୋରିମାନା ଦେବାକୁ ପଡ଼ିବ ନାହିଁ । ପୂର୍ବରୁ ଫେବୃଆରୀରୁ ମେ ୩୧ ମଧ୍ୟରେ ଅବଧି ​‌ଶେଷ ହେଉଉଥିବା କାଗଜପତ୍ର ପ୍ରସ୍ତୁତ ନିମନ୍ତେ ୩୦ ଜୁନ୍ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More