ଖୁବ ଶୀଘ୍ର ଭାରତରୁ ର‍୍ୟାପିଡ୍‍ ଟେଷ୍ଟିଂ କିଟ୍‍ସ୍‍ ଉତ୍ପାଦନ ଆରମ୍ଭ ହେବ

48

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଖୁବ ଶୀଘ୍ର ଭାରତରୁ ର‍୍ୟାପିଡ୍‍ ଟେଷ୍ଟିଂ କିଟ୍‍ସ୍‍ ଉତ୍ପାଦନ ଆରମ୍ଭ ହେବ। ଆସନ୍ତା​ ମାସ ଶେଷ ସୁଦ୍ଧା ଭାରତ କୋଭିଡ୍‍-୧୯ ପାଇଁ ର‍୍ୟାପିଡ୍‍ ଟେଷ୍ଟିଂ କିଟ୍‍ସ୍‍ ଉତ୍ପାଦନ କରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି ।କୋଭିଡ୍‍-୧୯ ଭୂତାଣୁର ମୁକାବିଲା ପାଇଁ ଶୀଘ୍ର ସମାଧାନ ପନ୍ଥା ବାହାର କରିବାକୁ ମନ୍ତ୍ରୀ ଦେଶର ବୈଜ୍ଞାନିକମାନଙ୍କୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି,  ପ୍ରାୟ ୬ଟି ପ୍ରତିଷେଧକ ଉପରେ କାର୍ଯ୍ୟ ଚାଲିଛି, ଯାହା ମଧ୍ୟରୁ ୪ଟି ପ୍ରତିଷେଧକ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜୈବ ବିଭାଗ ସଚିବ, ରେଣୁ ସ୍ୱରୂପ ବହୁମୁଖୀ ଗବେଷଣା ପ୍ରକ୍ରିୟା ସମ୍ବନ୍ଧରେ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଭୂତାଣୁର ମୁକାବିଲାପାଇଁ ନିଆଯାଇଥିବା ତୁରନ୍ତ କ୍ରିୟାନୁଷ୍ଠାନ
ଯୋଜନା ଓ ଦୀର୍ଘକାଳୀନ ଯୋଜନା ବିଷୟରେ ସେ ମନ୍ତ୍ରୀଙ୍କୁ ଜଣାଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More