ଖୁବଶୀଘ୍ର ବଜାର ପ୍ରବେଶ କରିବ ଆଇଫୋନ୍-୧୨

14

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଆପଲର ଆଗାମୀ ଫୋନ ଆଇଫୋନ୍-୧୨କୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ପର୍ଯ୍ୟାଲୋଚନା ହୋଇଆସୁଥିବାବେଳେ ସୋମବାର ଏହାର ମୂଲ୍ୟ ଏବଂ ଫିଚର୍ସ ସହ ଜଡିତ ସମସ୍ତ ରିପୋର୍ଟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଲିକ୍ ହୋଇଛି। ଏହି ସମୟରେ, ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଆଇଫୋନ୍-୧୨ପ୍ରୋର ଡିଜାଇନ୍ ଦେଖିବାକୁ ମିଳିଛି। ଆଇଫୋନ୍-୧୨ପ୍ରୋରେ ଏକ୍ସଡିଆର ଡିସପ୍ଲେ ସହିତ ଚାରିଟି କ୍ୟାମେରା ରହିବ। ଆହୁରି ମଧ୍ୟ, ଉପଭୋକ୍ତାମାନେ ଏହି ଡିଭାଇସରେ ୫ଜି ସଂଯୋଗ ଏବଂ ଏ-୧୪ ବାୟୋନିକ୍ ଚିପସେଟ ପାଇପାରିବେ। ଏହାବ୍ୟତୀତ, ଆଇଫୋନ୍ ୧୨ ପ୍ରୋ ନେଭି ବ୍ଲୁ ରଙ୍ଗ ବିକଳ୍ପ ସହିତ ବଜାରକୁ ଆସିପାରେ। ତେବେ କମ୍ପାନୀ ଏପର୍ୟ୍ୟନ୍ତ ଆନୁଷ୍ଠାନିକ ଭାବେ ଆଇଫୋନ୍-୧୨ ପ୍ରୋ ଲଞ୍ଚର ତାରିଖ ଘୋଷଣା କରିନାହିଁ। ଲିକ୍ ହୋଇଥିବା ରିପୋର୍ଟ ଅନୁଯାୟୀ, ଆପଲ୍ ଏହି ସର୍ବଶେଷ ସିରିଜର ପ୍ରାରମ୍ଭିକ ମୂଲ୍ୟ ୭୫ହଜାର ଟଙ୍କା ରଖିବ। କିନ୍ତୁ ଏହି ଫୋନର ପ୍ରକୃତ ମୂଲ୍ୟ ଏବଂ ଫିଚର୍ସଗୁଡିକୁ କୌଣସି ସଠିକ୍ ସୂଚନା ମଳିପାରିନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More