କ୍ଵାରେଣ୍ଟାଇନ ଶେଷ : ୪ ହଜାର ନିଜାମୁଦ୍ଦିନ ଆୟୋଜିତ ଧାର୍ମିକ ସମାରୋହରେ ଯୋଗଦେବା ସଦସ୍ୟଙ୍କୁ ଛାଡିବାକୁ ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶ

25

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଦିଲ୍ଲୀର ନିଜାମୁଦ୍ଦିନ ତବଲିଗୀ ଜାମାତର ମାର୍କାଜରେ ଆୟୋଜିତ ଧାର୍ମିକ ସମାରୋହରେ ଯୋଗଦେବା ପରେ କ୍ବାରେଣ୍ଟାଇନରେ ଥିବା ତାବଲିଗୀ ଜମାତର ପ୍ରାୟ ୪୦୦୦ ସଦସ୍ୟଙ୍କୁ ଛାଡିବାକୁ ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି ।ସମ୍ବାଦ ସରବରାହ ସଂସ୍ଥା ପିଟିଆଇ କହିଛି ଯେ ମାର୍କାଜ ମାମଲାରେ ପଞ୍ଜୀକୃତ ହୋଇଥିବା ତଥା ତଦନ୍ତ ପାଇଁ ଆବଶ୍ୟକ ଥିବା ତବଲିଗୀ ଜାମାତର ସମସ୍ତ ସଦସ୍ୟଙ୍କୁ ଦିଲ୍ଲୀ ପୋଲିସ ହେପାଜତକୁ ପଠାଯିବ। ଏଥିସହ, ମାର୍କଜ ମାମଲାର ତଦନ୍ତ ପାଇଁ ଆବଶ୍ୟକ ନଥିବା ତବଲିଗୀ ଜାମାତର ସଦସ୍ୟମାନଙ୍କୁ ନିଜ ଦେଶକୁ ପଠାଯିବ। ଅନ୍ୟପକ୍ଷରେ ମୌଲାନା ସାଦଙ୍କ ପୁଅକୁ ପଚରାଉଚୁରା କରାଯାଇଛି। ପ୍ରାୟ ୨୦ ଜଣ ନିଖୋଜ ସଂପର୍କରେ ତାଙ୍କୁ ପ୍ରଶ୍ନ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More