କୋଭିଡ-୧୯ ରାଉଣ୍ଡ ଅପ୍ : ଦେଶରେ ଆରୋଗ୍ୟ ହାର ୪୭.୭୬%କୁ ବୃଦ୍ଧି

14

Get real time updates directly on you device, subscribe now.

ନୂଆଦିଲ୍ଳୀ : ଭାରତ ସରକାର କୋଭିଡ-୧୯ର ପ୍ରତିରୋଧ, ନିରୋଧ ଏବଂ ପରିଚାଳନା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ସହିତ ଅନେକ ପଦକ୍ଷେପ ନେଉଛନ୍ତି । ଏଗୁଡିକ ନିୟମିତ ଭାବରେ ସର୍ବୋଚ୍ଚ ସ୍ତରରେ ସମୀକ୍ଷା ଏବଂ ତଦାରଖ ମଧ୍ୟ କରାଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪,୬୧୪ ରୋଗୀ ସୁସ୍ଥ ହୋଇଛନ୍ତି । ପ୍ରାୟ ୮୭ ୦୦୦ ଆକ୍ରାନ୍ତ ସୁସ୍ଥ ହେବାରେ ଲାଗିଛନ୍ତି । ମୋଟ ୮୬,୯୮୩ ଲୋକ ଆରୋଗ୍ୟ ହୋଇସାରିଛନ୍ତି । ବର୍ତ୍ତମାନ ଆରୋଗ୍ୟ ହାର ୪୭.୭୬%ରେ ପହଞ୍ଚିଛି । ଅନ୍ୟପକ୍ଷରେ ୯୦ ହଜାର ସକ୍ରିୟ ମାମଲା ରହିଛି । ରବିବାର ସୁଦ୍ଧା ସକ୍ରିୟ ଡାକ୍ତରୀ ତତ୍ଵାବଧାନରେ ଥିବା ମାମଲା ସଂଖ୍ୟା ୮୯,୯୯୫ ରହିଛି । ଦେଶରେ ମୋଟ କରେନା ପଜିଟିଭ୍ ସଂଖ୍ୟା ୧,୮୨,୧୪୩ରେ ପହଞ୍ଚିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More