ନୂଆଦିଲ୍ଲୀ ( ଏଜେନ୍ସି ) : କରୋନା ସଙ୍କଟ ଏବଂ ଲକଡାଉନର ପ୍ରଭାବ ଏବେ ପ୍ରତିରକ୍ଷା କ୍ଷେତ୍ର ଉପରେ ପଡ଼ିଛି। ଯେଉଁଥିପାଇଁ ସରକାର ପ୍ରତିରକ୍ଷା କ୍ଷେତ୍ରର ସମସ୍ତ ଡିଲକୁ ସ୍ଥଗିତ ରଖିବାକୁ ନିର୍ଦେଶ ଦେଇଛନ୍ତି। ଫଳରେ ତିନି ସେନାର ଆଧୁନିକୀକରଣ ଲାଗି ଯେଉଁ ସବୁ ଡିଲ୍ ହେବାର ଥିଲା ତାହା ସ୍ଥଗିତ ରହିବ। କୋଭିଡ-୧୯ ଯୋଗୁ ବଜେଟରେ ହ୍ରାସକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।