କେରଳ ସରକାରଙ୍କର ମଦ ପାଇଁ ମୋବାଇଲ୍ ଆପ୍: ୨ ଘଣ୍ଟାରେ ୧.୮ ଲକ୍ଷ ପଞ୍ଜୀକରଣ

15

Get real time updates directly on you device, subscribe now.

ଥିରୁଭନନ୍ତପୁରମ ( ଏଜେନ୍ସି ) : ମଦ ଦୋକାନରେ ଭିଡ କମାଇବା ପାଇଁ କେରଳ ସରକାର ମୋବାଇଲ ଆପ୍‌ ’ବିଇଭିକ୍ୟୁ’ ଜରିଆରେ ବୁକିଙ୍ଗ କରିବାକୁ ବ୍ୟବସ୍ଥା କରିଛନ୍ତି। ଆଉ ଏହି ବ୍ୟବସ୍ଥା ଆରମ୍ଭ ହେବାର ପ୍ରଥମ ୨ ଘଣ୍ଟାରେ ୧.୮୨ ଲକ୍ଷ ଗ୍ରାହକ ଅନ୍ ଲାଇନରେ ମଦ ନିମନ୍ତେ ବୁକିଂ କରିଥିବା ଜଣାପଡ଼ିଛି । ମଦ ଦୋକାନରେ ଭିଡ଼ ଯୋଗୁଁ ସାମାଜିକ ଦୂରତ୍ବ ରକ୍ଷା ସମ୍ଭବ ହେଉନାହିଁ । ତେଣୁ ଅନଲାଇନ ମଦ କାରବାର ନିମନ୍ତେ କେରଳ ସରକାର ବ୍ୟବସ୍ଥା କରିଛନ୍ତି । ଏଥିପାଇଁ କେରଳ ସରକାରଙ୍କ ପକ୍ଷରୁ ’ବିଇଭିକ୍ୟୁ’ ନାମକ ଏକ ଆପ୍‌ ପ୍ରସ୍ତୁତ କରାଯାଇଛି ଏବଂ ମଦ ଗ୍ରାହକଙ୍କୁ ଏଥିରେ ବୁକିଂ କରିବାକୁ କୁହାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More