ନୂଆଦିଲ୍ଲୀ ( ଏଜେନ୍ସି ) : କରୋନା ସଙ୍କଟରେ ବାଧାପ୍ରାପ୍ତ ହୋଇଛି ଦେଶର ଆର୍ଥିକ ଗତି । ସ୍ତିମିତ ହୋଇଛି ଦେଶର ଅଣୁ-କ୍ଷୁଦ୍ର-ମଧ୍ୟମ ଶିଳ୍ପର ଭବିଷ୍ୟତ । ଏହି କ୍ଷେତ୍ରକୁ ଅଧିକ ସଶକ୍ତ କରିବା ନିମନ୍ତେ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଯୋଜନା । ଦେଶର ୧୨ କୋଟି ଲୋକ ଏହି କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । ତେଣୁ ଏହି କ୍ଷେତ୍ରର ବିକାଶ ନିମନ୍ତେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କରିଛନ୍ତି ବଡ଼ ଘୋଷଣା ।ଏମ୍ଏସ୍ଏମ୍ଇ କ୍ଷେତ୍ର ନିମନ୍ତେ ୩ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା ହୋଇଛି । ଋଣ ଆକାରରେ ଏହି ଅର୍ଥ ଏମ୍ଏସ୍ଏମ୍ଇ କ୍ଷେତ୍ରକୁ ଯୋଗାଇ ଦିଆଯିବ । ଋଣ ପରିଶୋଧ ଅବଧି ୪ ବର୍ଷ ରହିବ ଓ ୧୨ ମାସ ପର୍ଯ୍ୟନ୍ତ ଋଣ ଗ୍ରହୀତାଙ୍କୁ ମୂଳଧନ ମଧ୍ୟ ଦେବାକୁ ପଡ଼ିବ ନାହିଁ । ବିନା ଗ୍ୟାରେଣ୍ଟିରେ ଏହି ରାଶି ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ସାରା ଦେଶର ୨ ଲକ୍ଷରୁ ଅଧିକ କ୍ଷୁଦ୍ର, ଛୋଟ ଓ ମଧ୍ୟମ ଶିଳ୍ପ ଏହାଦ୍ବାରା ଉପକୃତ ହୋଇପାରିବ ।
Get real time updates directly on you device, subscribe now.