ଭୁବନେଶ୍ୱର ( ସଂଘର୍ଷ ମିଡିଆ ) : ଭାରତରେ ଦିନକୁ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ପ୍ରତିହତ କରିବା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ତେବେ ଦେଶରେ ମେ’ ୩୧ ସୁଦ୍ଧା ଦିନକୁ ଏକ ଲକ୍ଷ କୋଭିଡ୍-୧୯ ପରୀକ୍ଷା ବୃଦ୍ଧି କରାଯିବା ନେଇ ଘୋଷଣା କରାଯାଇଥିଲା। ବର୍ତ୍ତମାନ ଏହାର ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି ଏବଂ ଦିନକୁ ଏକ ଲକ୍ଷ କୋଭିଡ୍-୧୯ ପରୀକ୍ଷା କରାଯାଇପାରିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ପ୍ରକାଶ କରିଛନ୍ତି।