କରୋନା ହଟ୍‌ସ୍ପଟ୍‌ ଅଞ୍ଚଳରେ ହୋଇପାରେ ଗୋଷ୍ଠୀ ସଂକ୍ରମଣ:ଏମ୍ସ ନିର୍ଦେଶକ ରଣଦୀପ ଗୁଲେରିଆ

47

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଏବେ ପ୍ରତିଦିନ କରୋନା ଆକାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଆଗାମୀ ଦିନରେ ଶିଖରରେ ଛୁଇଁବ କରୋନା ସଂକ୍ରମଣ। ବର୍ତ୍ତମାନ ସୁଦ୍ଧା ଦେଶର କୌଣସି ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ଦେଖାଦେଇନାହିଁ। ଆସନ୍ତାକାଲିଠାରୁ ସପିଂମଲ୍, ଧାର୍ମିକସ୍ଥଳ, ହୋଟେଲ୍‌, ରେସ୍ତୋରାଁ ଆଦି ଖୋଲିବ। ଏସବୁ ସ୍ଥାନରେ ବହୁ ଲୋକଙ୍କ ସମାଗମ ହେବ। ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବା କରୋନା ସଂକ୍ରମଣକୁ ରୋକାଯାଇପାରିବ। ତେବେ ଦେଶର ହଟ୍‌ସ୍ପଟ୍‌ ସ୍ଥାନରେ ଗୋଷ୍ଠୀ ସଂକ୍ରମଣ ହୋଇପାରେ ବୋଲି ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ମେଡ଼ିକାଲ୍‌ ସାଇନ୍ସ(ଏମ୍ସ) ନିର୍ଦେଶକ ରଣଦୀପ ଗୁଲେରିଆଙ୍କ ସୂଚନା ଦେଇଛନ୍ତି। କାଶିବା ଓ ଛିଙ୍କିବା ସମୟରେ ପାଟି ଓ ନାକକୁ ଟିସୁ ଓ କପଡ଼ାରେ ଭଲ ଭାବରେ ଢ଼ାଙ୍କିବା ଏବଂ ବ୍ୟବହୃତ ଟିସୁ ଓ କପଡ଼ାକୁ ଯତ୍ନର ସହ ବାହାରେ ଫିଙ୍ଗିବା ଆଦିକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ବର୍ତ୍ତମାନ ଦେଶ​ରେ ୨,୪୮, ୨୨୧ଜଣ କରୋନା ଆକ୍ରାନ୍ତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧,୧୯, ୩୯୬ଜଣ ସୁସ୍ଥ ହୋଇଛନ୍ତି ଓ ୬,୯୫୭ଜଣଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ସ୍ଥାନରେ କରୋନା କଟକଣା ହଟାଇ ଦେଇଥିବାବେଳେ ଅନ୍‌ଲକ୍‌-୧ରେ ଦୋକାନ ବଜାର ଓ ମାର୍କେଟ୍‌ କ​‌େ​‌ମ୍ପ୍ଲକ୍ସ ଖୋଲିବା ପାଇଁ ଅନୁମତି ଦିଆଯାଇଛି। ଏସବୁରେ ଲୋକେ ମାସ୍କ ପିନ୍ଧିବା ସହ ହାତକୁ ବାରମ୍ବାର ଧୋଇବା ଓ ସାମାଜିକ ଦୂରତା ବଜାୟ ରଖିବା ନେଇ ମାର୍ଗଦର୍ଶିକା ଜାରି କରାଯାଇଛି। ତେବେ ଲୋକେ ଏହାକୁ କିଭଳି ପାଳନ କରିବେ ତାହା କହିବା କଷ୍ଟକର। ତେବେ ଦେଶର ଯେଉଁସବୁ ଅଞ୍ଚଳକୁ ହଟ୍‌ସ୍ପଟ୍‌ ଘୋଷଣା କରାଯାଇଛି ସେସବୁ ସ୍ଥାନରେ ଅଧିକ ବିପଦ ଦେଖାଦେଇଛି। କରୋନା ହଟ୍‌ସ୍ପଟ୍ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଏମ୍ସ ନିର୍ଦେଶକ ରଣଦୀପ ଗୁଲେରିଆ ପ୍ରକାଶ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More