ଲଣ୍ଡନ ( ଏଜେନ୍ସି ) : ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ କରୋନା ଭୂତାଣୁ ଅଧିକ ସଂକ୍ରମଣ କରୁଛନ୍ତି। ଫଳରେ କରୋନା ଭୂତାଣୁ ସଂକ୍ରମିତ ପୁରୁଷଙ୍କ ଅଧିକ ସଂଖ୍ୟାରେ ମୃତ୍ୟୁ ହେଉଛି। ନୂଆ କରୋନା ସଂକ୍ରମିତ ସେଲ୍ରେ ଏକ ଇଞ୍ଜାଇମ୍ ବ୍ୟବହାର ସମୟରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ରକ୍ତସ୍ତର ଅଧିକ ରହୁଛି। ମଣିଷର ହାର୍ଟ, କିଡ୍ନି ଓ ଅନ୍ୟାନ୍ୟ ଅଙ୍ଗରେ ଆଙ୍ଗୋଟେନ୍ସିନ୍ କନ୍ଭର୍ଟିଂ ଇଞ୍ଜାଇମ୍ ୨(ଏସିଇ୨) ମିଳିଥାଏ। ଯାହା କୋଭିଡ୍-୧୯ ରୋଗ ଲଙ୍ଗ୍ରେ ସଂକ୍ରମିତ କରିବାରେ ସହାୟକ ହୋଇଥାଏ ବୋଲି ୟୁରୋପିଆନ୍ ହାର୍ଟ ଜର୍ଣ୍ଣାଲ୍ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ।