କରୋନା ଯୋଗୁଁ ଚଳିତ ବର୍ଷ ଉଚ୍ଚଶିକ୍ଷା କ୍ଷେତ୍ରରେ ନୀତିନିର୍ଘଣ୍ଟ ବଦଳିବ,ଏ ନେଇ ୟୁଜିସି ପକ୍ଷରୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ

48

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : କରୋନା ଯୋଗୁଁ ଚଳିତ ବର୍ଷ ଉଚ୍ଚଶିକ୍ଷା କ୍ଷେତ୍ରରେ ନୀତିନିର୍ଘଣ୍ଟ ବଦଳିବ। ଏ ନେଇ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ଅଗଷ୍ଠ ୧ରୁ ଆସନ୍ତା ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇ ୩୧ରେ ଶେଷ ହେବ। ଦ୍ବିତୀୟ ଓ ତୃତୀୟ ବର୍ଷ ପାଠପଢ଼ା ଏହି ତାରିଖରୁ ଆରମ୍ଭ ହେବ; କିନ୍ତୁ ନୂଆ ପ୍ରଥମ ବାର୍ଷିକ ପାଠପଢ଼ା ସେପ୍ଟେମ୍ବର ୧ରୁ ଆରମ୍ଭ ହେବ। ସେହିପରି ପ୍ରଥମ ସେମିଷ୍ଟର ପରୀକ୍ଷା ୨୦୨୧ ଜାନୁଆରୀ ୧ରୁ ୨୫ ମଧ୍ୟରେ ଆୟୋଜନ ହେବ। ଅନୁସାରେ ୨୦୨୦-୨୧ ଶିକ୍ଷାବର୍ଷ କାର୍ଯ୍ୟକାରୀ ହେବ। ୨୦୨୧ ମଇ ୨୬ରୁ ପରୀକ୍ଷା ଆରମ୍ଭ ହୋଇ ଜୁଳାଇ ୧ରୁ ୩୦ ମଧ୍ୟରେ ଗ୍ରୀଷ୍ମାବକାଶ ହେବ। ପରବର୍ତ୍ତୀ ଶିକ୍ଷାବର୍ଷ ୨୦୨୧ ସେପ୍ଟେମ୍ବର ୨ରୁ ଆରମ୍ଭ ହେବ। ଏହି ନୂଆ ଯୋଜନାକୁ ୟୁଜିସି ଦ୍ବାରା ଗଠିତ ସ୍ବତନ୍ତ୍ର କମିଟି ଅନୁମୋଦନ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More