କରୋନା ମୃତ୍ୟୁ ସଂଖ୍ୟାରେ ଚୀନଠୁ ଆଗରେ ଭାରତ

16

Get real time updates directly on you device, subscribe now.

ନୂଆଦିଲ୍ଲୀ ( agency ) : କରୋନା ଜୀବାଣୁ ମୁକାବିଲା ପାଇଁ ଗତ ଦୁଇ ମାସ ଧରି ସାରା ଦେଶରେ ଲକଡାଉନ୍ ଚାଲିଆସୁଛି। କିନ୍ତୁ ଚିନ୍ତାର ବିଷୟ ହେଉଛି କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଜୀବାଣୁ ଯୋଗୁଁ ୨୬୫ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଏହି ମାରାତ୍ମକ ରୋଗରେ ଦେଶରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୪,୯୭୧ କୁ ବୃଦ୍ଧି ପାଇଛି । ଏଥି ସହିତ ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୭,୯୬୪ ନୂତନ ସଂକ୍ରମଣର ରିପୋର୍ଟ ହୋଇଛି । ବର୍ତ୍ତମାନ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧ଲକ୍ଷ ୭୩ ହଜାର ୭୬୩କୁ ବୃଦ୍ଧି ପାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More