କରୋନା ମାଡ଼ରେ ଦେଶର ଆର୍ଥିକ ସ୍ଥିତି ଦୋହଲୁଛି ; କେନ୍ଦ୍ର ସରକାର ଦେଶର ୫୦ ସର୍ବାଧିକ ଋଣ ଖିଲାପୀଙ୍କୁ ୬୮,୬୦୭ କୋଟି ଟଙ୍କାର ଋଣ ଛାଡ଼
ନୂଆଦିଲ୍ଲୀ ( ଏଜେନ୍ସି ) : କରୋନା ସଂକ୍ରମଣ ପୂର୍ବରୁ ଭାରତର ଅର୍ଥନୀତି ମନ୍ଥର ଅବସ୍ଥାଦେଇ ଗତି କରୁଥିବା ସତ୍ତ୍ବେ କେନ୍ଦ୍ର ସରକାର ଦେଶର ୫୦ ସର୍ବାଧିକ ଋଣ ଖିଲାପୀଙ୍କୁ ୬୮,୬୦୭ କୋଟି ଟଙ୍କାର ଋଣ ଛାଡ଼ କରିଛନ୍ତି। ଏହି ଖିଲାପୀଙ୍କ ମଧ୍ୟରେ ଅଛନ୍ତି ଭାରତ ଛାଡି ବିଦେଶକୁ ପଳାଇ ଯାଇଥିବା ନିରବ ମୋଦି, ମେହୁଲ ଚୋକ୍ସି ଏବଂ ବିଜୟ ମାଲ୍ୟାଙ୍କ ଭଳି ବହୁକୋଟି ଟଙ୍କା ଘୋଟାଲାରେ ସଂପୃକ୍ତ ବ୍ୟକ୍ତିବିଶେଷ। ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟରୁ ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟରୁ ଏହା ଜାଣିବାକୁ ମିଳିଛି ବୋଲି ମଙ୍ଗଳବାର ଦିନ କଂଗ୍ରେସ ପାର୍ଟି କହିଛି।