ନୂଆଦିଲ୍ଲୀ ( ଏଜେନ୍ସି ) : କରୋନା ଭୂତାଣୁର ପରୀକ୍ଷା ପାଇଁ ଚୀନରୁ ୬ଲକ୍ଷ ୫୦ ହଜାର ରାପିଡ୍ ଟେଷ୍ଟିଂ କିଟ୍ ଆସି ଭାରତରେ ପହଞ୍ଚିଛି। ଭାରତ ସରକାରଙ୍କ ପକ୍ଷରୁ ଚୀନର ଏକ କମ୍ପାନୀକୁ ଟେଷ୍ଟିଂ କିଟ୍ ପାଇଁ ଅର୍ଡର ଦିଆଯାଇଥିଲା। କିନ୍ତୁ ତାହା ଭୁଲ ବଶଃତ ଆମେରିକାରେ ପହଞ୍ଚି ଯାଇଥିଲା। ଏବେ ତାହା ଆସି ଭାରତରେ ପହଞ୍ଚିଛି। ଫଳରେ ଏବେ ଦେଶରେ କରୋନା ପରୀକ୍ଷା ତ୍ଵରିତ୍ଵ ବେଗରେ ହୋଇପାରିବ ବୋଲି ଆଶା କରାଯାଉଛି।