କରୋନା ଭାଇରସ କବଳରୁ ୧୦୩ ବର୍ଷୀୟା ବୃଦ୍ଧା ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଲେ

84

Get real time updates directly on you device, subscribe now.

ନୂଆଦିଲ୍ଲୀ : ସମଗ୍ର ବିଶ୍ୱ କରୋନା ଭୟରେ ଭୟବୀତ ହୋଇପଡିଛି। ଭାରତ, ପାକିସ୍ଥାନ ଏବଂ ଆମେରିକା ସମେତ ପ୍ରାୟ ୧୬୪ ଦେଶରେ କରୋନା ଭୂତାଣୁ ହଇଚଇ ସୃଷ୍ଟି କରିଛି। ଏପର୍ଯ୍ୟନ୍ତ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ଥିବା ୮ ହଜାର  ରୁ ଅଧିକ ପ୍ରାଣ ହରାଇଛନ୍ତି। ବୟସ୍କ ବ୍ୟକ୍ତିଙ୍କ ପାଇଁ ବିପଜ୍ଜନକ କୁହାଯାଉଥିବା ଏହି କରୋନା ଭାଇରସ କବଳରୁ ଜଣେ ୧୦୩ ବର୍ଷୀୟା ବୃଦ୍ଧା ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଇରାନର ରାଜଧାନୀ ତେହେରାନଠାରୁ ୧୮୦ କିଲୋମିଟର ଦୂରତାରେ ଥିବା ସେମନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଏହି ବୃଦ୍ଧା କୋରନା ଭୂତାଣୁକୁ ପରାସ୍ତ କରିଛନ୍ତି। ଯଦିଓ ହସ୍ପିଟାଲ କର୍ତ୍ତୃପକ୍ଷ ମହିଳାଙ୍କ ନାମ ପ୍ରକାଶ କରିନାହାଁନ୍ତି, କିନ୍ତୁ ମହିଳାଙ୍କୁ ନେଇ ଏବେ ସବୁଆଡେ ଚର୍ଚ୍ଚା କରାଯାଉଛି। ସେମନ୍ ପ୍ରଦେଶର ସ୍ୱାସ୍ଥ୍ୟ ଅଧିକାରୀ ନୱିଦ୍ ଦାନାଇ ସ୍ଥାନୀୟ ଗଣମାଧ୍ୟମ ଏହି ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More