କରୋନା ପ୍ରଭାବ : ମେ ୩ ଯାଏଁ ଦେଶରେ ଗଡିବନି ଯାତ୍ରୀବାହୀ ଟ୍ରେନ୍

52

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : : ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ବିତୀୟ ଥର ପାଇଁ ଦେଶକୁ ମେ ୩ ଯାଏ ଲକ୍ ଡାଉନ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଭାରତୀୟ ରେଳ ବିଭାଗ ପକ୍ଷରୁ ମେ ୩ ଯାଏଁ ସମଗ୍ର ଦେଶରେ ଯାତ୍ରୀବାହୀ ଟ୍ରେନ୍ ଚାଳାଚଳକୁ ବାତିଲ କରିଛି । ଆଜି ଏ ନେଇ ଭାରତୀୟ ରେଳ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ଯେଉଁ ବିଜ୍ଞପ୍ତିରେ ମେ ୩ ଯାଏଁ ଦେଶର ସମସ୍ତ ଯାତ୍ରୀବାହୀ ଟ୍ରେନ ସେବାକୁ ବାତିଲ କରାଯାଇଥିବା ଘୋଷଣା କରାଯାଇଛି । ଏହି ସମୟରେ କେବଳ ମାଲବାହୀ ଏବଂ ପାର୍ଶଲ ଟ୍ରେନ ସେବା ଜାରି ରହିବ ବୋଲି ସୂଚନା ଦେଇଛି ରେଳ ବିଭାଗ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More