ମୁମ୍ବଇ ( ଏଜେନ୍ସି ) :କୋଭିଡ୍-୧୯ ବା କରୋନା ସଂକ୍ରମଣ ରୋକିବା ଏବଂ ଚିକିତ୍ସା କ୍ଷେତ୍ରରେ ଟିକା ପରୀକ୍ଷା କରାଯିବା ସମ୍ପର୍କିତ ତଥ୍ୟ ବିଶ୍ବ ପୁଞ୍ଜି ବଜାରରେ ଉତ୍ସାହ ଆଣିଛି । ଏହାର ପ୍ରଭାବ ଘରୋଇ ପୁଞ୍ଜି ବଜାର ଉପରେ ପଡିଛି । କ୍ରମାଗତ ଭାବେ ୪ କାରବାର ଦିବସ ଧରି ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍ଇ) ସେନ୍ସେକ୍ସରେ ଜାରି ରହିଥିବା ବୃଦ୍ଧି ଆଜି ମଧ୍ୟ ଘରୋଇ ବଜାରରେ ଦେଖିବାକୁ ମିଳିଛି । ଯାହାର ଫଳସ୍ବରୂପ ଗୁରୁବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍ଇ) ସେନସେକ୍ସ ପାଖାପାଖି ଏକ ହଜାର ପଏଣ୍ଟ ବୃଦ୍ଧି ଘଟିଛି। ଆଜି କାରବାର ଶେଷ ବେଳକୁ ସେନ୍ସେକ୍ସ ସୂଚକାଙ୍କରେ ୯୯୭(୯୯୭.୪୬) ପଏଣ୍ଟ ବୃଦ୍ଧି ଘଟି ୩୩,୭୧୭.୬୨ ପଏଣ୍ଟରେ କାରବାର ବନ୍ଦ ହୋଇ ଛି। ଆଜି ଦିନର କାରବାର ମଧ୍ୟରେ ସେନ୍ସେକ୍ସ ସର୍ବାଧିକ ୧୧୬୭ ପଏଣ୍ଟ ବୃଦ୍ଧି ଘଟିଥିଲା ା ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୩୦୬(୩୦୬.୫୫) ପଏଣ୍ଟ ବୃଦ୍ଧି ଘଟି ୯୮୫୯.୯୦ ପଏଣ୍ଟରେ ବନ୍ଦ ହୋଇଛି। ଗୁରୁବାର ଶକ୍ତି, ବ୍ୟାଙ୍କ ଏବଂ ଆଇଟିରେ ଷ୍ଟକ କାରବାରରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା ।