କରୋନା ଆତଙ୍କ : ମହାରାଷ୍ଟ୍ରରେ ମୁକ୍ତହେବେ ୧୭ ହଜାର କଏଦୀ

39

Get real time updates directly on you device, subscribe now.

ମୁମ୍ବଇ ( ଏଜେନ୍ସି ) : ସାରା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ଦେଶରେ ମହାରାଷ୍ଟ୍ର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି । ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ଥିବା ବେଳେ ଏହାକୁ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏହାରି ମଧ୍ୟରେ ମହାରାଷ୍ଟ୍ର ସରକାର ଏକ ବଡ ଘୋଷଣା କରିଛନ୍ତି । ମହାରାଷ୍ଟ୍ର ସରକାର କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜେଲ୍‌ରେ କଏଦୀଙ୍କ ଭିଡକୁ କମ କରିବା ପାଇଁ ପ୍ରାୟ ୫୦ ପ୍ରତିଶତ କଏଦୀଙ୍କୁ ଅସ୍ଥାୟୀ ଭାବେ ମୁକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି । ସଂପ୍ରତି ମହାରାଷ୍ଟ୍ର ଜେଲ୍‌ରେ ମୋଟ୍ ୩୫ ହଜାର ୨୩୯ କଏଦୀ ରହିଥିବା ​‌ବେଳେ ଏମାନଙ୍କ ମଧ୍ୟରୁ ପୟାୟ ୧୭ ହଜାର କଏଦୀଙ୍କୁ ମୁକ୍ତ କରାଯିବ ବୋଲି ଜଣାପଡିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More