ନୂଆଦିଲ୍ଲୀ ( ଏଜେନ୍ସି ) : ଭାରତରେ ପୁଣି ୪୧୮ କରୋନା ରୋଗୀ ପ୍ରାଣ ହରାଇଛନ୍ତି। ଏହା ସହିତ ୧୮ ହଜାର ୫୨୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାର ଏହି ତଥ୍ୟକୁ ମିଶାଇ ଦେଶରେ ଏବେ ମୋଟ ମୃତ୍ୟୁ ସଂଖ୍ୟା ୧୬ ହଜାର ୮୯୩କୁ ବୃଦ୍ଧି ପାଇଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୬୬ ହଜାର ୮୪୦ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୧୫ ହଜାର ୧୨୫ ସକ୍ରିୟ ରୋଗୀ ଥିବାବେଳେ ୩ ଲକ୍ଷ ୩୪ ହଜାର ୮୨୨ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।