କରୋନା ଆତଙ୍କ : ଦେଶରେ ୨୪ ଘଣ୍ଟାରେ ୬୬୫୪ ନୂଆ ସଂକ୍ରମିତ, ମୃତ୍ୟୁ ସଂଖ୍ୟା ୩୭୨୦କୁ ବୃଦ୍ଧି

18

Get real time updates directly on you device, subscribe now.

ନୂଆଦିଲ୍ଲୀ: ( ଏଜେନ୍ସି ) ଭାରତରେ କରୋନା ଭୂତାଣୁ ଅଣାୟତ୍ତ ହେବାରେ ଲାଗିଛି। ପ୍ରତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି, ଯାହା ଚିନ୍ତାର ବିଷୟ ପାଲଟିଛି। ଗତ ୨୪ ଘଣ୍ଟାରେ ଦେଶରେ ୬୬୫୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୩୭ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୫ ହଜାର ୧୦୧କୁ ବୃଦ୍ଧି ପାଇଛି। ସେହିପରି ମୃତକଙ୍କ ସଂଖ୍ୟା ୩୭୨୦ରେ ପଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୫୧ ହଜାର ୭୮୪ ଜଣ ସୁସ୍ଥ ହୋଇଥିବାବେଳେ ୬୯ ହଜାର ୫୯୭ ଜଣ ଚିକିତ୍ସାଧୀନ ଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଦେଶରେ ମହାରାଷ୍ଟ୍ର ସବୁଠୁ ବେଶି କ୍ଷତିଗ୍ରସ୍ତ ହୋଇଛି। ଏହି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୪୪ ହଜାର ୫୮୨ରେ ପହଞ୍ଚିଛି। ସେହିପରି ରାଜ୍ୟରେ ସର୍ବାଧିକ ୧୫୧୭ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକର ସ୍ଥିତି ନିମ୍ନରେ ଉଲ୍ଲେଖ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More