ନୂଆଦିଲ୍ଲୀ ( ଏଜେନ୍ସି ) : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶର ବିଭିନ୍ନ ସ୍ଥାନରୁ ୨୨ଟି ନୂଆ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବ ପରେ ଭାରତରେ କରୋନା ସଂକ୍ରମଣ ସଂଖ୍ୟା ୧୯୫କୁ ବୃଦ୍ଧି ପାଇଛି। ଏଥିରେ ଇଟାଲୀର ୧୭ ଜଣ, ଫିଲିପାଇନ୍ସର ୩ ଜଣ, ବ୍ରିଟେନର ଦୁଇଜଣ, କାନାଡା, ଇଣ୍ଡୋନେସିଆ ଏବଂ ସିଙ୍ଗାପୁରର ଜଣେ ଲେଖାଏଁ ନାଗରିକ ଅନ୍ତର୍ଭୁକ୍ତ। ୧୯୫ ଜନ ସଂକ୍ରମିତଙ୍କ ମଧ୍ୟରେ ଦିଲ୍ଲୀ, କର୍ଣ୍ଣାଟକ, ପଞ୍ଜାବ ଏବଂ ମହାରାଷ୍ଟ୍ରର ଚାରି ଜଣ ମୃତକ ରହିଥିବା ଜଣାପଡିଛି।