ଜମ୍ମୁ ( ଏଜେନ୍ସି ) : କରୋନା ଜୀବାଣୁ ଯୋଗୁଁ ମାତା ବୈଷ୍ଣୋ ଦେବୀଙ୍କ ଯାତ୍ରା ମାର୍ଚ୍ଚ ୧୮ ଅର୍ଥାତ୍ ଆଜିଠାରୁ ବନ୍ଦ କରାଯାଇଛି। ଏହା ସହିତ ଜାମ୍ମୁ କାଶ୍ମୀରକୁ ଆସୁଥିବା ଏବଂ ଯାଉଥିବା ସମସ୍ତ ଆନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହାପୂର୍ବରୁ ଗତକାଲି ଅର୍ଥାତ୍ ମଙ୍ଗଳବାର ଦିନ ବୈଷ୍ଣୋ ଦେବୀ ଧାମରେ ଥିବା ଅର୍ଦ୍ଧକୁମାରୀ ପ୍ରାକୃତିକ ଗୁମ୍ଫାକୁ ବନ୍ଦ କରାଯାଇଥିଲା। ଅନ୍ୟପକ୍ଷରେ ଶ୍ରୀନଗର ଏନଆଇଟି ପରେ ମଙ୍ଗଳବାର ଦିନ ଜାମ୍ମୁରେ ଆଇଆଇଟି ଏବଂ ଆଇଆଇଏମ୍ ମଧ୍ୟ ବନ୍ଦ କରିଦିଆଯାଇଥିଲା।