କରୋନା ଅପଡେଟ – ଦେଶରେ ୯୩୫୨ଜଣ ସଂକ୍ରମିତ , ୩୨୪ ଜଣଙ୍କର ମୃତ୍ୟୁ, ୯୮୦ ସମ୍ପୂର୍ଣ୍ଣ ଆରୋଗ୍ୟ

20

Get real time updates directly on you device, subscribe now.

ନୂଆଦିଲ୍ଲୀ ( ଏଜେନ୍ସି ) : ଗତ ୧୪ ଦିନ ମଧ୍ୟରେ ୧୫ଟି ରାଜ୍ୟର ୨୫ଟି ଜିଲ୍ଲାରେ ଆଉ କୌଣସି ନୂଆ ବ୍ୟକ୍ତି କୋଭିଡ୍‍-ନାଇଣ୍ଟିନ୍‍ ଭୂତାଣୁରେ: ସଂକ୍ରମିତ ହୋଇନଥିବାର ଜଣାପଡ଼ିଛି। ସମ୍ମୁଖ ଭାଗରେ ରହି କାର୍ଯ୍ୟ କରୁଥିବା ଲୋକମାନଙ୍କର ମିଳିତ ପ୍ରୟାସ ଫଳରେ ଏହା ସମ୍ଭବ ହୋଇଥିବା ଜଣାପଡ଼ିଛି। ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ତଥ୍ୟ ପ୍ରଦାନ କରିଛି। ବର୍ତ୍ତମାନ ସୁଦ୍ଧା ୭୯୬ ଜଣ ନୂଆ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାର ରିପୋର୍ଟ ମିଳିବା ପରେ ଦେଶରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୯ହଜାର ୩୫୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୯୮୦ ଜଣ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରି ହସ୍ପିଟାଲରୁ ଚାଲିଯାଇଥିବା ବେଳେ ଭୂତାଣୁରେ ଏ ପର୍ଯ୍ୟନ୍ତ ୩୨୪ ଜଣଙ୍କର ମୃତ୍ୟୁ ଘଟିଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More