ରାଜସ୍ଥାନ ( ଏଜେନ୍ସି 0 : କରୋନା ବଦଳାଇ ଦେଇଛି ମୃତ୍ୟୁର ପରିଭାଷା । କରୋନା ମୃତ୍ୟୁ ପରେ ପରିବାର ଲୋକ ନିଜ ଆତ୍ମୀୟଙ୍କୁ ଛୁଇଁବା ତ ଦୂରର କଥା ଦେଖିବାକୁ ବି ଭୂଲି ଯାଉଛନ୍ତି । କରୋନା ଭୟ ଅପେକ୍ଷା ମୃତ୍ୟୁ ଭୟ ବେଶୀ ଲୋକଙ୍କୁ ଘାରିଛି । ହେଲେ ଏପରି ଏକ ଅସମୟରେ ଦେବଦୂତ ସମ ଉଭା ହୋଇଛନ୍ତି ବିଷ୍ଣୁ । ସେ ଓ ତାଙ୍କର ସହଯୋଗୀମାନେ ଏ ପର୍ଯ୍ୟନ୍ତ ୬୮ କରୋନା ମୃତକଙ୍କ ଶବର ଅନ୍ତିମ ସଂସ୍କାର କରିଛନ୍ତି । କାହାକୁ ପୋତିଛନ୍ତି ତ କାହାକୁ ପୋଡ଼ିଛନ୍ତି । ମୃତକଙ୍କ ଧର୍ମ ଅନୁସାରେ ସେମାନଙ୍କର ଅନ୍ତିମ ସଂସ୍କାର କରିଛନ୍ତି । ସେଥିପାଇଁ ରାଜସ୍ଥାନ ସରକାର ବିଷ୍ଣୁଙ୍କୁ ‘କରୋନା ଯୋଦ୍ଧା’ର ମାନ୍ୟତା ଦେଇଛନ୍ତି ।